Odisha Link
Bridging the Missing Links in Odisha

ଆପ୍‌ ଓ ଉପ-ରାଜ୍ୟପାଳ ପୁଣିଥରେ ମୁହାଁମୁହିଁ, ଜାଣନ୍ତୁ ପୁରା ବିବାଦ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀର ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନକୁ ଲାଗି ରହିଛି ବିବାଦ। ସରକାରରେ ଥିବା ଆମ ଆଦମୀ ପାର୍ଟି ଜଣେ ସଦସ୍ୟଙ୍କ ପ୍ରସ୍ତାବିତ ନିର୍ବାଚନରେ ସାମିଲ ହେବା ପାଇଁ ମନା କରି ଦେଇଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିିସୋଦିଆ ଓ ମେୟର ଶୈଲୀ ଓବରାୟକ କହିଛନ୍ତି ପୂର୍ବ ନିର୍ଦ୍ଧାରିତ ତାରିଖ ଅକ୍ଟୋବର ୫ରେ ହିଁ ନିର୍ବାଚନ ହେବ। ଆଜି ନିର୍ବାଚନ କରିବାକୁ ଜାରି ହୋଇଥିବା ବିଜ୍ଞପ୍ତି ଅବୈଧ ଅଟେ ବୋଲି ଦୁଇ ନେତା କହିଛନ୍ତି। ସଦନର ଅଧ୍ୟକ୍ଷତା କୌଣସି ଅଧିକାରୀ କରି ପାରିବେ ନାହିଁ ବୋଲି ଆପ୍‌ ନେତା କହିଛନ୍ତି।

ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସଦନରେ ହଙ୍ଗାମା ହୋଇଥିଲା। ହଙ୍ଗାମା କାରଣରୁ ନିର୍ବାଚନ ହୋଇ ପାରି ନଥିଳା। ଏହାକୁ ନଜରରେ ରଖି ଉପରାଜ୍ୟପାଳ ଭିକେ ସକ୍ସେନା ଶୁକ୍ରବାର ନିର୍ବାଚନ କରିବା ପାଇଁ ଆଦେଶ ଦେଇଥିଲେ। ନିଗମ ଆୟୁକ୍ତ ଅଶ୍ବିନୀ କୁମାର ଆଜି ଅପରାହ୍ନରେ ନିର୍ବାଚନ କରିବା ପାଇଁ ଆଦେଶ ଜାରି କରିଛନ୍ତି। ଏଥିସୈହିତ ଅତିରିକ୍ତ ଆୟୁକ୍ତ ଜିତେନ୍ଦ୍ର ଯାଦବ ନିର୍ବାଚନ ପାଇଁ ସଦନର ବୈଠକ ଅଧ୍ୟକ୍ଷତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଆମ୍‌ ଆଦମୀ ପାର୍ଟି ଆପତ୍ତି ଉଠାଇଛି।

ଆପ୍‌ର ବରିଷ୍ଠ ନେତା ସିସୋଦିଆ କହିଛନ୍ତି, ନିର୍ବାଚିତ ହୋଇଥିବା ବ୍ୟକ୍ତିଙ୍କ ବୈଠକର ଅଧ୍ୟକ୍ଷତା କେବଳ ଜଣେ ନିର୍ବାଚିତ ପ୍ରତିନିଧି କରି ପାରିବେ। ମେୟର ହିଁ କରି ପାରିବେ। କ’ଣ ବିଧାନସଭା ବା ସଂସଦର ବୈଠକରେ କୌଣସି ସଚିବ ଅଧ୍ୟକ୍ଷତା କରିବାର ଦେଖିଛନ୍ତି କି ? ସିସୋଦିଆ ଓ ଓବରାୟ କହିଛନ୍ତି ଯଦି ଆଜି ନିର୍ବାଚନ ହୁଏ ତେବେ ଆମ ଦଳ ନିର୍ବାଚନରେ ସାମିଲ ହେବ ନାହିଁ। ଯଦି ନିର୍ବାଚନ ହୁଏ ତେବେ ଆଇନଗତ ଚ୍ୟାଲେଞ୍ଜ ଦେବାକୁ ଆମେ ପ୍ରସ୍ତୁତ। ସେ ଆହୁରି କହିଛନ୍ତି ସଦନରେ ମେୟର ଅକ୍ଟୋବର ୫ ତାରିଖରେ ହେବ ବୋଲି କହିଥିଲେ। ସେହି ତାରିଖରେ ହିଁ ନିର୍ବାଚନ ହେଉ ବୋଲି କହିଛନ୍ତି।

 

 

Leave A Reply

Your email address will not be published.