Odisha Link
Bridging the Missing Links in Odisha

କେବେ ମିଳିବ ସୁଭଦ୍ରା ଟଙ୍କା? ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଯୋଜନାର କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର ଆସିଛି। ଆଉ ୪୭ ଲକ୍ଷ ହିତାଧିକାରୀଙ୍କୁ ଖୁବଶୀଘ୍ର ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାର କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କୁ ସୁଭଦ୍ରା ଟଙ୍କା କେବେ ମିଳିବ, ଖୁବଶୀଘ୍ର ଘୋଷଣା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୧୭ ତାରିଖ ଦିନ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିଦିନ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା। ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ କିସ୍ତି ଅପେକ୍ଷାରେ ହିତାଧିକାରୀ ରହିଛନ୍ତି। ଆଉ ଏକ ସପ୍ତାହ ଭିତରେ ୧କୋଟି ଲୋକ ଆବେଦନ କରିବେ ବୋଲି ପ୍ରଭାତୀ ପରିଡା କହିଛନ୍ତି।

Leave A Reply

Your email address will not be published.