Odisha Link
Bridging the Missing Links in Odisha

ତିରୁପତି ଲଡ଼ୁ ବିବାଦ: ମନ୍ଦିର ଯାଇ ପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ, ଟିଡିପି ଉପରେ ବର୍ଷିଲେ

ଓଏଲ୍‌ ବ୍ୟୁରୋ: ତିରୁମାଳା ମନ୍ଦିର ଲଡ଼ୁ ପ୍ରସାଦକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଏସବୁ ମଧ୍ୟରେ ଆଜି ତିରୁମାଳା ମନ୍ଦିର ଗସ୍ତ କରିଥାନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ହେଲେ ତାଙ୍କ ଗସ୍ତ ବାତିଲ ହୋଇଥିଲା। ଏହାକୁ ନେଇ ବର୍ଷିଛନ୍ତି ଜଗନ। ସେ ଆନ୍ଧ୍ରପ୍ରଦେଶର କ୍ଷମତାସୀନ ଟିଡିପି ସରକାର ଉପରେ ବର୍ଷିଛନ୍ତି।

ୱଇଏସଆର କଂଗ୍ରେସର ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ରାକ୍ଷସମାନେ କ୍ଷମତାରେ ରହିଛନ୍ତି। ମନ୍ଦିରକୁ ଯିବାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରୁଥିବା ଏପରି ଏକ ରାଜନୀତିକ ଦଳକୁ କେହି କେବେ ଦେଖି ନଥିବେ ବୋଲି ମଧ୍ୟ ଜଗନ କହିଛନ୍ତି।

ସେ ଆହୁରି କହିଛନ୍ତି, ମୋ ମନ୍ଦିର ଗସ୍ତରେ ବିଭ୍ରାଟ କରିବା ପାଇଁ ସେମାନେ ଗୋଟିଏ ପଟେ ନୋଟିସ ପଠାଉଛନ୍ତି। ଅନ୍ୟପଟେ ବିଜେପି କ୍ୟାଡରମାନେ ଅନ୍ୟ ସ୍ଥାନରୁ ରାଜ୍ୟକୁ ଆସୁଛନ୍ତି। ଅନେକ ସ୍ଥାନରେ ବିପୁଳ ସଂଖ୍ୟାରେ ପୁଲିସ୍‌ ମୁତୟନ କରାଯାଇଛି। ବିଜେପି ନେତୃବୃନ୍ଦ ଏ ସମ୍ପର୍କରେ ଜାଣିଛନ୍ତି କି ନାହିଁ, ସେକଥା ଜାଣିନି।ରାଜନୀତିକ ପ୍ରସଙ୍ଗକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଢ଼ୁ ବିବାଦ ଆଣିଛନ୍ତି ବୋଲି ସେ କହିଛନ୍ତି।

ସୂଚନାଥାଉକି, କିଛି ଦିନ ହେବ ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରର ଲଡୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ଲଡୁରେ ଅପମିଶ୍ରଣ ହେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଲଡୁର ମାନ ପରୀକ୍ଷଣ ପରେ ଏଥିରେ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବି ଅପମିଶ୍ରିତ ହୋଇଥିବା କୁହାଯାଇଥିଲା।

Leave A Reply

Your email address will not be published.