୨ ଦଫା ଦାବିରେ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

ଓଏଲ୍ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ। ୨ ଦଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍ ଦାବିରେ ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ଦୋକାନ ବଜାର ଗାଡ଼ିଚଳାଚଳ ବନ୍ଦ ରହିଛି।
ରାସ୍ତାରେ ଆନ୍ଦୋଳକାରୀମାନେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି। ହରିଶଙ୍କର ରୋଡ୍ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ। ଏହି ବନ୍ଦ ପାଳନରୁ ଅତି ଜରୁରୀ ସେବାକୁ ବାଦ ଦିଆଯାଇଛି।
ସୂଚନାଥାଉକି, ତେବେ ପୂର୍ବରୁ ମଧ୍ୟ୍ୟ ଅନେକ ଥର ପାଟଣାଗଡ଼ ନୂତନ ରେଳ ଲାଇନ ପାଇଁ ଦାବି କରାଯାଇଛି। ୨୦୧୪ ମସିହାରେ କେନ୍ଦ୍ର ସରକାର ଏହି ପ୍ରକଳ୍ପର ଲୋକେସନ ସର୍ଭେ ପାଇଁ ମଞ୍ଜୁର କରିଥିଲେ। ଏଥିପାଇଁ ୨.୫ କୋଟି ଟଙ୍କା ବି ଅନୁମୋଦନ କରିସାରିଛନ୍ତି, ଜମି ଚିହ୍ନଟ ବି ସରିଛି।ହେଲେ ପ୍ରକଳ୍ପ କାମ ଆଉ ଆଗେଇ ପାରିନାହିଁ।