Odisha Link
Bridging the Missing Links in Odisha

ନର୍ସିଂ କର୍ମଚାରୀଙ୍କ ସିରିଞ୍ଜ୍ ଛାଡ଼ ଆନ୍ଦୋଳନ, ସ୍ବାସ୍ଥ୍ୟସେବାରେ ପଡ଼ିଲାଣି ପ୍ରଭାବ

ଓଏଲ୍‌ ବ୍ୟୁରୋ: ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ରୋଗୀ ସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ନର୍ସ ମିଳୁନାହାନ୍ତି।

ଏବେ ନର୍ସିଂ କର୍ମଚାରୀ ସିରିଞ୍ଜ୍ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନରେ ପ୍ରାୟ ୧୫ ହଜାର ନର୍ସ ସାମିଲ ହୋଇଛନ୍ତି। ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହ ସମସ୍ତ ଆର୍ଥିକ ସହାୟତା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

ସୂଚନାଥାଉକି, ଗତ ବୁଧବାର ଓ ଗୁରୁବାର ଆନ୍ଦୋଳନ କରିଥିଲେ ମଧ୍ୟ ନର୍ସିଂ କର୍ମଚାରୀ ଜରୁରୀକାଳୀନ ସେବା ଯୋଗାଉଥିଲେ। ହେଲେ ସରକାର ଦାବି ନ ଶୁଣିବାରୁ ଶୁକ୍ରବାରଠୁ ନର୍ସିଂ କର୍ମଚାରୀସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

 

Leave A Reply

Your email address will not be published.