ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର: ଜଣେ ଯବାନ ଶହୀଦ, ୨ ଆତଙ୍କବାଦୀ ସଫା
ଓଏଲ୍ ବ୍ୟୁରୋ: ଅକ୍ଟୋବର ୧ ତାରିଖରେ ଅନୁଷ୍ଠିତ ହେବ ଜମ୍ମୁ-କଶ୍ମୀର ବିଧାନସଭାର ତୃତୀୟ ଚରଣ ମତଦାନ। ଏହାପୂର୍ବରୁ ଜମ୍ମୁ-କଶ୍ମୀରରେ ହୋଇଛି ଏନକାଉଣ୍ଟର। ଏନାକଉଣ୍ଟରରେ ୨ ଜଣ ଆତଙ୍କବାଦୀ ସଫା ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି।
ଜମ୍ମୁ-କଶ୍ମୀର କଠୁଆରେ ଶନିବାର ଘର ଭିତରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ପୁଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ କଠୁଆ ଜିଲ୍ଲାର କୋଗ-ମଣ୍ଡଳି ଗାଁରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ।
ଆତଙ୍କବାଦୀଙ୍କ ସହ ମୁକାବିଲା ବେଳେ ପୁଲିସ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସିର ଅହମ୍ମଦ। ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଡେପୁଟୀ ଏସପି ଆହତ ହୋଇଛନ୍ତି। ଉଭୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ଜମ୍ମୁର ଅତିରିକ୍ତ ପୁଲିସ ଡିଜି।