ଓଡ଼ିଶା ପୁୁଲିସରେ ବଡ଼ ଅଦଳବଦଳ: କେଉଁ ଜିଲ୍ଲାର ଏସ୍ପି କିଏ ହେଲେ ଜାଣନ୍ତୁ
ଓଏଲ୍ ବ୍ୟୁରୋ: ଦଶହରା ପୂର୍ବରୁ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ପୁଲିସ ମୁଖିଆ ଭାବେ ଓ୍ବାଇ ବି ଖୁରାନିଆ ଦାୟିତ୍ବ ନେଲା ପରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ୨୦ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ବଦଳି କରାଯାଇଛି। ସେହିପରି ପୁରୀ ଏସ୍ପି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି। ବର୍ତ୍ତମାନର ଡିସିପି ପ୍ରତୀକ ମିଶ୍ର କଟକ (ଗ୍ରାମାଞ୍ଚଳ) ଏସ୍ପି ଭାବେ ନିଯୁକ୍ତ ହୋଇଛନ୍ତି। କଟକ ଡିସିପି ଆର୍ ପ୍ରକାଶ ହେଲୋ କ୍ରାଇମବ୍ରାଞ୍ଚ ଡିଆଇଜି।
କେଉଁ ଅଞ୍ଚଳର ଏସ୍ପି କିଏ ହେଲେ ଜାଣନ୍ତୁ:
କଟକ (ଗ୍ରାମାଞ୍ଚଳ): ପ୍ରତୀକ ସିଂ
ଅନୁଗୁଳ: ରାହୁଲ ଜୈନ
ବ୍ରହ୍ମପୁର: ଶ୍ରବଣା ବିବେକ ଏମ୍
ପୁରୀ: ଭିନିତ ଅଗ୍ରଓ୍ବାଲ
ମୟୂରଭଞ୍ଜ: ବରୁଣ ଗୁଣ୍ଟୁପଲ୍ଲୀ
ଖୋର୍ଦ୍ଧା: ସାଗରିକା ନାଥ
ରାୟଗଡ଼ା: ସ୍ବାଥୀ ଏସ୍ କୁମାର
ନୟାଗଡ଼: ଏସ୍ ସୁଶ୍ରୀ
ରାଉରକେଲା: ନୀତେଶ ଓ୍ବାଧଓ୍ବାନୀ
ବାଲେଶ୍ବର: ରାଜ ପ୍ରସାଦ
ବୌଦ୍ଧ: ନାଗରାଜ ଦେବରକୋଣ୍ଡା
ଗଞ୍ଜାମ: ସୁଭେନ୍ଦୁ କୁମାର ପାତ୍ର
ଢେଙ୍କାନାଳ: ଅଭିନବ ସୋନକର
କୋରାପୁଟ: ରୋହତ ବର୍ମା
ଯାଜପୁର: ୟଶପ୍ରତାପ ଶ୍ରୀମଲା
କନ୍ଧମାଳ: ହରିଶ ବି ସି
ଦେବଗଡ଼: ଅନୀଲ କୁମାର ମିିଶ୍ର
ସୋନପୁର: ରାମ ପ୍ରସାଦ ସାହୁୁ
ଜଗତସିଂହପୁର: ଭବାନୀ ଶଙ୍କର ଉଡଗତା
ନବରଙ୍ଗପୁର: ମିହିର ପଣ୍ଡା
ଗଜପତି: ଯତୀନ୍ଦ୍ର କୁମାର ପଣ୍ଡା