Odisha Link
Bridging the Missing Links in Odisha

ଭଦ୍ରକରେ କଡ଼ା କଟକଣା, ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟରୁ ତୁମୁଳକାଣ୍ଡ। ଭଦ୍ରକ ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିବାବେଳେ ଏବେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏଥିସହିତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ଧାରା ୧୬୩ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିଛି। ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସହ ୧୫ ଜଣ ଗିରଫ ହୋଇଛନ୍ତି।

ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପୁଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପୁଲିସ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂକୁ ବଢ଼ାଇଛି। ତେବେ ଲିଜ୍ ଲାଇନ ସେବା ଚାଲୁ ରହିବ। ପୂର୍ବାଂଚଳ ଆଇଜି ସତ୍ୟଜିତ ନାୟକ କହିଛନ୍ତି, ସହରରେ ସ୍ୱାଭାବିକ ସ୍ଥିତି ଫେରୁଛି। ତେବେ ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ।

Leave A Reply

Your email address will not be published.