Odisha Link
Bridging the Missing Links in Odisha

ରାଜଧାନୀ ଉପକଣ୍ଠରୁ ଗଞ୍ଜେଇ ସହ କୋଟି କୋଟି ଟଙ୍କାର କୋକେନ୍‌ ଜବତ

ଓଏଲ୍‌ ବ୍ୟୁରୋ: ରାଜଧାନୀରୁ କୋକେନ୍‌ ଧରିଲା ଦିଲ୍ଲୀ ଟିମ୍। ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ଗଞ୍ଜେଇ ସହ ୫୦୦ କୋଟିର କୋକେନ ଜବତ ହୋଇଛି। ୫୦୦ କୋଟିର କୋକେନ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି। ବିଲ ମଝିରେ ୫୦୦ କୋଟିର କୋକେନ ସହ ଗଞ୍ଜେଇ ବୋଝେଇ କାର ଜବତ ହୋଇଛି। ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା ରହିଛି। ଇନଫୋଭ୍ୟାଲି ଅଞ୍ଚଳରୁ ସ୍ପେସାଲ କ୍ରାଇମ ୟୁନିଟ୍ ଜବତ କରିଛି। ବିପୁଳ ପରିମାଣର ଗଞ୍ଜେଇ ସହ କାର ଜବତ ହୋଇଥିବାବେଳେ ଡ୍ରାଇଭର ଫେରାର ହୋଇଛି। କେଉଁଠୁ ଏତେ ପରିମାଣର ଗଞ୍ଜେଇ ଆସିଛି ଏନେଇ ତଦନ୍ତ ଚାଲିଛି।

Leave A Reply

Your email address will not be published.