କାନପୁର ଟେଷ୍ଟ: ୨୩୩ ରନ୍ରେ ଅଲଆଉଟ୍ ବାଂଲାଦେଶ

ଓଏଲ୍ ବ୍ୟୁରୋ: ବର୍ଷା ବାଧାପ୍ରାପ୍ତ କାନପୁର ଟେଷ୍ଟର ପ୍ରଥମ ଇନିଂସରେ ଅଲଆଉଟ୍ ହୋଇଛି ଭ୍ରମଣକାରୀ ବାଂଲାଦେଶ ଦଳ। ୨୩୩ ରନରେ ଅଲଆଉଟ ହୋଇଛି ବାଂଲାଦେଶ ଦଳ। ୭୪ ଓଭର ୨ ଟି ବଲ ଖେଳି ବାଂଲାଦେଶ ଦଳ ସମସ୍ତ ଓ୍ବିକେଟ ହରାଇଛି। ଦଳ ପକ୍ଷରୁ ମୋମିନୁଲ ହକ୍ ୧୦୭ ରନର ଦମଦାର ଇନିଂସ୍ ଖେଳିଥିଲେ। ସେ ଅପରାଜିତ ରହି ଦଳ ପାଇଁ ଶେଷ କ୍ଷଣ ପାଇଁ ଲଢ଼େଇ କରିଥିଲେ।
ସେହିପରି ଭାରତୀୟ ଦଳ ଦମଦାର ବୋଲିଂ ପ୍ରଦର୍ଶନ କରି ବାଂଲାଦେଶକୁ ସଅଳ ଅଲଆଉଟ କରିବାରେ ସଫଳ ହୋଇଛି। ମ୍ୟାଚର ପ୍ରଥମ ଦିନରେ ୩ ଟି ଓ୍ବିକେଟ ଭାରତ ନେଇଥିବା ବେଳେ ୪ର୍ଥ ଦିନ ବାକି ୭ଟି ଓ୍ବିକେଟ ନେବାରେ ସଫଳ ହୋଇଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୩ ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ବିନୀ ଓ ଆକାଶ ଦୀପ ଦୁଇଟି ଲେଖାଏଁ ଓ୍ବିକେଟ ନେଇଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ଗୋଟିଏ ଓ୍ବିକେଟ ନେଇଛନ୍ତି।
କାନପୁର ଟେଷ୍ଟର ପ୍ରଥମ ଦିନ ମାତ୍ର ୩୫ ଓଭର ଖେଳ ହୋଇ ପାରିଥିଲା। ବର୍ଷା ଓ ପିଚ୍ ଓଦା କାରଣରୁ ମ୍ୟାଚର ଦ୍ବିତୀୟ ଓ ତୃତୀୟ ଦିନ ଗୋଟିଏ ବି ବଲ୍ ପଡ଼ି ପାରି ନଥିଲା।