ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ
ଓଏଲ୍ ବ୍ୟୁରୋ: ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଭାରତୀୟ ଚଳଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ରେ ସମ୍ବର୍ଦ୍ଧିତ କରାଯିବ। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ଏହି ସମ୍ମାନ ମିଳିବ। ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ। ଏନେଇ ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ। ଚଳିତ ଥର ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ। ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ। ୪୮ ବର୍ଷର କ୍ୟାରିୟର୍ରେ ୩୫୦ରୁ ଅଧିକ ଫିଲ୍ମରେ ମିଥୁନ୍ ଅଭିନୟ କରିଛନ୍ତି। ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି।
ଦାଦା ସାହେବ ଫାଲକେ ସମ୍ମାନ କ’ଣ?
ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ। ଦାଦା ସାହେବଙ୍କୁ ଭାରତୀୟ ସିନେମାର ଜନ୍ମଦାତା ବୋଲି କୁହାଯାଏ। ୧୮୭୦ ମସିହା ଏପ୍ରିଲ ୩୦ତାରିଖରେ ଜନ୍ମିତ ଦାଦା ସାହେବ ଫାଲକେ ୧୯୧୩ ମସିହାରେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ ଏକ ପୂର୍ଣ୍ଣାଙ୍ଗ ଚଳଚିତ୍ର ନିର୍ମାଣ କରିଥିଲେ। ଖୁବ୍ କମ ସମୟ ଥିଲା ତାଙ୍କର ଫିଲ୍ମ କ୍ୟାରିୟର। ମାତ୍ର ୧୯ ବର୍ଷରେ ସେ ୯୫ଟି ଫିଲ୍ମ ଓ ୨୭ଟି ସର୍ଟ ଫିଲ୍ମ ନିର୍ମାଣ କରିଥିଲେ।
ସେ କେବଳ ଜଣେ ନିର୍ଦ୍ଦେଶକ ନଥିଲେ ପ୍ରଡ୍ୟୁସର ସାଙ୍ଗକୁ ସ୍କ୍ରିନ୍ ରାଇଟର ମଧ୍ୟ ଥିଲେ। ତେବେ ଦାଦା ସାହେବ ନାମରେ ପରିଚିତ ଏହି ବହୁମୁଖୀ ବ୍ୟକ୍ତିତ୍ୱଙ୍କ ନିଜ ବାସ୍ତବ ନାମ ଥିଲା ଧୁନ୍ଦିରାଜ ଗୋବିନ୍ଦ ଫାଲକେ। ସେ ଅନେକ ଚଳଚିତ୍ର ନିର୍ମାଣ କରିଥିଲେ ହେଲେ ଫିଲ୍ମ ‘ଲାଇଫ ଅଫ କ୍ରିଷ୍ଟ’ ତାଙ୍କ ଜୀବନର ମୋଡ ବଦଳାଇଦେଇଥିଲା। କୁହାଯାଏ ଏହି ଫିଲ୍ମ ଲାଗି ସେ ତାଙ୍କ ପତ୍ନୀଙ୍କ ଠାରୁ ଟଙ୍କା ଉଧାର ନେଇଥିଲେ।
ଦାଦା ସାହେବଙ୍କ ପ୍ରଥମ ଫିଲ୍ମ ରାଜା ହରିଶ୍ଚନ୍ଦ୍ର ନିର୍ମାଣ ଲାଗି ସେତେବେଳେ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଦାଦାସାହେବଙ୍କ ଉପରେ ଗବେଷଣା କରିଥିବା ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଏହି ଭାରତୀୟ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶ ତାଙ୍କ ଫିଲ୍ମରେ ମହିଳାଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇଥିଲେ। ତାଙ୍କ ଫିଲ୍ମ ‘ଭଷ୍ମାସୁର ମୋହିନୀ’ରେ ୨ ଜଣ ମହିଳା ଅଭିନୟ କରିଥିଲେ। ସେମାନେ ହେଲେ ଦୁର୍ଗା ଓ କମଳା। ତାଙ୍କର ଶେଷ ନିର୍ବାକ ଚଳଚିତ୍ର ଥିଲା ‘ସେତୁ ବନ୍ଧନ’। ଏହି ଫିଲ୍ମ ଶେଷ ହେବା ପରେ ୧୬ ଫେବୃଆରୀ ୧୯୪୪ରେ ତାଙ୍କର ପରଲୋକ ହୋଇଥିଲା।