ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଆବେଦନକାରୀଙ୍କ ପାଇଁ ଖୁସି ଖବର ଦେଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅନେକ ବ୍ୟକ୍ତି ଆବେଦନ କରିଥିବା ବେଳେ ହିତାଧିକାରୀଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବାପାଙ୍କଠୁ ଅଲଗା ରହୁଥିବା ବ୍ୟକ୍ତିଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ କରାଯିବ।
ପୂର୍ବ ସରକାରରେ ବଞ୍ଚିତ ହୋଇଥିବା ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଚିହ୍ନଟ ହିତାଧିକାରୀଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦିଆଯିବ। ଏହି ପ୍ରକ୍ରିୟାରେ ୨୦ରୁ ୨୨ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯିବ। ହିତାଧିକାରୀ ଚିହ୍ନଟରେ ତ୍ରୁଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି।