Odisha Link
Bridging the Missing Links in Odisha

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଯୋଜନା: ସ୍ୱାସ୍ଥ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟବୀମା ଲାଗୁ ହେବ। ଖୁବଶୀଘ୍ର ଲାଗୁ ହେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ହେଲ୍‌ଥ କାର୍ଡ। କାର୍ଡରେ ଦେଶର ୨୭ ହଜାର ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟସେବା ପାଇ ପାରିବେ। ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ପାଇଁ ପାରିବେ। ଆୟୁଷ୍ମାନରେ ୬୭ ଲକ୍ଷ ପରିବାର, ଗୋପବନ୍ଧୁରେ ୩୩ ଲକ୍ଷ ପରିବାର ସାମିଲ୍ ହେବେ। ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ ଯୋଜନା) ଅଧୀନରେ ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ଯାହାର ଲାଭ ଦେଶର କୋଟି କୋଟି ବରିଷ୍ଠ ନାଗରିକ ପାଇବେ।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ଗରିବ ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିଥାଏ। କିନ୍ତୁ ଏବେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ପାଇବେ, ସେମାନେ ଗରିବ ପରିବାରର ହୁଅନ୍ତୁ କି ଧନୀ ଏବଂ ଯେତେ ରୋଜଗାର ହେଉ ନା କାହିଁକି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ୬ କୋଟି ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ପାଇବେ।

Leave A Reply

Your email address will not be published.