Odisha Link
Bridging the Missing Links in Odisha

ମାସ ଆରମ୍ଭରୁ ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

ଓଏଲ୍‌ ବ୍ୟୁରୋ: ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର। ଅକ୍ଟୋବର ୧ ତାରିଖରେ ଅଏଲ ମାର୍କେଟିଂ କମ୍ପାନୀ ଗ୍ୟାସ୍‌ ଦରରେ ପରିବର୍ତ୍ତନ କରିଛି। ଏଲପିଜି ସିଲିଣ୍ଡରର ଦାମ୍‌ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୪୮.୫୦ରୁ ୫୦ ଟଙ୍କା ଯାଏଁ ବଢ଼ିଛି। ଆଜି ଠାରୁ ଦେଶରେ ବର୍ଦ୍ଧିତ ଦର ଲାଗୁ ହୋଇଛି। ଦିଲ୍ଲୀରେ ୧୭୪୦ ଓ ମୁମ୍ବାଇରେ ୧୬୯୨ ଟଙ୍କା ୫୦ ପଇସା ରହିଛି। ସେହିପରି ବର୍ଦ୍ଧିତ ଦର ଲାଗୁ ହେବା ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଉପଲବ୍ଧ ହେବ।

Leave A Reply

Your email address will not be published.