ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ାର ଫୁଡ ସେଫଟି ଅଧିକାରୀ। ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ାର ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର। ପାଉଁରୁଟି ପ୍ୟାକ୍ଟ୍ରୀର ଲାଇସେନ୍ସ ନବୀକରଣ ପାଇଁ ଲାଞ୍ଚ ନେଉଥିଲେ। ପାଉଁରୁଟି ପ୍ୟାକ୍ଟ୍ରୀର ମାଲିକଙ୍କ ଠାରୁ ଫୁଡ୍ ସେଫଟି ଅଧିକାରୀ ବିଭାସ ମଜୁମଦାର ୫ହଜାର ଟଙ୍କା ଲାଞ୍ଚ ନେଇ ପଳାଉଥିବା ସମୟରେ ଭିଜିଲାନ୍ସ ଟିମ୍ ଗୋଡ଼େଇ ଗୋଡ଼େଇ ତିନିମୁହାଣୀ ଛକରେ କାବୁ କରିଛି।