ବିଡିଓଙ୍କ ନାଁରେ ଏତଲା, ବ୍ଲକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଓଏଲ୍ ବ୍ୟୁରୋ: ଗତକାଲି ଗୋପ ବ୍ଲକ କନଫରେନ୍ସ ହଲ ଉଦଘାଟନ ସମୟରେ ନାରକୀୟ ଘଟଣା ଘଟିଥିଲା। ଫଳକରେ ସ୍ଥାନୀୟ ବିଧାୟକଙ୍କ ନାମ ନଥିବାରୁ ବ୍ଲକ ଅଧ୍ୟକ୍ଷା ଫଳକ ଭାଙ୍ଗିବା ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ଏହା ପରେ ପୁରୀ ଜିଲ୍ଲା ଗୋପ ବ୍ଲକ ବିଡିଓ ଛବି ରାଣୀ ସାହୁଙ୍କ ବିରୁଦ୍ଧରେ ଗୋପ ଥାନାରେ ଏତଲା ଦିଆଯାଇଥିଲା। ଯାହାକୁ ନେଇ ଆଜି ବ୍ଲକ କର୍ମଚାରୀ କଲମଛାଡ ଆନ୍ଦୋଳନ କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୋପ ବ୍ଲକ ଗ୍ରସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ତାଙ୍କ ନାଁ ଫଳକରେ ନଥିବା ନେଇ ଫଳକ ଭାଙ୍ଗିବା ପରେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହି ଘଟଣାକୁ ନେଇ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ପକ୍ଷରୁ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଏତଲାରେ ବିଡ଼ିଓଙ୍କ ନାମ ଥିବାରୁ ବ୍ଲକ କର୍ମଚାରୀ କଲମଛାଡ ଆନ୍ଦୋଳନ କରିଛନ୍ତି।