Odisha Link
Bridging the Missing Links in Odisha

୧୮ ବର୍ଷ ପରେ ଲେବାନନରେ ପଶିଲା ଇସ୍ରାଏଲ ସେନା, ଗ୍ରାଉଣ୍ଡ ଅପରେସନ୍‌ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଲେବାନନରେ ପଶିଲା ଇସ୍ରାଏଲ ସେନା। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍) ମଙ୍ଗଳବାର ସକାଳେ ଏନେଇ ସୂଚନା ଦେଇଛି। ଆଇଡିଏଫ୍‌ ପକ୍ଷରୁ କୁହାଯାଇଛି ଯେ ସୋମବାର ରାତିରେ ଦକ୍ଷିଣ ଲେବାନନର ହିଜବୁଲ୍ଲା ଠିକଣା ଉପରେ ଏବଂ ସୀମା ପାଖରେ ଥିବା ଗ୍ରାମ ଗୁଡ଼ିକରେ ଗ୍ରାଉଣ୍ଡ ଅପରେସନ୍‌ ଆରମ୍ଭ କରାଯାଇଛି।

ଆଗକୁ ଆହୁରି ଭୟଙ୍କର ହେବାକୁ ଯାଉଛି ଇସ୍ରାଏଲ-ହିଜବୁଲ୍ଲା ବିବାଦ। ଇସ୍ରାଏଲ ରାଷ୍ଟ୍ରପତିଙ୍କ ଯୁଦ୍ଧ ଆହ୍ବାନକୁ ସ୍ବୀକାର କଲା ହିଜବୁଲ୍ଲାର ଉପମୁଖ୍ୟମୁଖ୍ୟ ଶେଖ୍‌ ନାଇମ କ୍ବାସେମ। ସ୍ଥଳପଥରେ ସିଧାସଳଖ ଯୁଦ୍ଧ ପାଇଁ ହିଜବୁଲ୍ଲା ପ୍ରସ୍ତୁତ ଥିବା କହିଛନ୍ତି ଉପମୁଖ୍ୟ।

ବିଶ୍ବ ମାନଚିତ୍ରରୁ ହିଜବୁଲ୍ଲାକୁ ହଟେଇବା ପାଇଁ ଅପରେସନ ନ୍ୟୁ ଅର୍ଡରକୁ ବ୍ୟାପକ କରିବାରେ ଲାଗିଛି ଇସ୍ରାଏଲ। ସପ୍ତାହକ ମଧ୍ୟରେ ହିଜବୁଲ୍ଲା ଉପରେ ଘନ ଘନ ରେକର୍ଡ ମାଡ଼ କରି ଚାଲିଛି। ଏଥିରେ ହିଜବୁଲ୍ଲା ମୁଖ୍ୟଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି। ପେଜର, ଓ୍ବାକିଟକି ବିସ୍ଫୋରଣ ପରେ ହିଜବୁଲ୍ଲା ସଙ୍ଗଠନର ବହୁ ମୁଖ୍ୟଙ୍କ ମୃତ୍ୟୁବରଣ ହୋଇଛି।

ଏସବୁ ପରେ ଏବେ ଲେବାନନରୁ ପରିଚାଳିତ ହେଉଥିବା ହିଜବୁଲ୍ଲା ସଙ୍ଗଠନକୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ ଆଗେଇ ଆସିଛି ଇସ୍ରାଏଲ ସେନା। ଅନ୍ୟପଟେ ଲେବାନନର ସମର୍ଥନରେ ବାହାରିଛି ଇରାନ। ଇସଲାମିକ ରାଷ୍ଟ୍ରସମୂହକୁ ଏକାଠି ହେବା ପାଇଁ ଆଡ୍ବାନ ଦେଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅଲି ଖେମେନି। ଇରାନ ଲେବାନନ ପ୍ରତି ସମର୍ଥନ ଘୋଷଣା କରିବା ପରେ ଆମେରିକା ଇରାନକୁ ଚେତାବନୀ ଦେଇଛି।

Leave A Reply

Your email address will not be published.