କଟକ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମିନା

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିବା ପରେ କଟକକୁ ମିଳିଲା ନୂଆ ଡିସିପି। ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଜଗମୋହନ ମିନା। ନୂଆ ଡିସିପି ଭାବେ ଦାୟିତ୍ୱ ନେବା ପରେ ଡିସିପି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଡିସିପିଙ୍କୁ ହ୍ବାଟ୍ସଆପ୍ରେ ଅଭିଯୋଗ ଜଣାଇ ପାରିବେ ଲୋକେ। ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଗୁରୁତ୍ୱ ଦିଆଯିବ। ଥାନା ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ। ପୁଲିସକୁ ସଫ୍ଟ ସ୍କିଲ ଟ୍ରେନିଂ ଓ ଅନଲାଇନ କୋର୍ସ ଦିଆଯିବ ବୋଲି କଟକ ଡିସିପି ଜଗମୋହନ ମିନା କହିଛନ୍ତି।