ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ଆଜି ଶେଷ ପର୍ଯ୍ୟାୟ ମତଦାନ
ଓଏଲ୍ ବ୍ୟୁରୋ: ଆଜି ଜମ୍ମୁ ଓ କଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ୪୦ଟି ଆସନ ଲାଗି ଆରମ୍ଭ ହୋଇଛି ମତଦାନ। କୁପଓ୍ବାରା, ବାରମୁଲ୍ଲା, ଗୁଲମାର୍ଗ, ବାନ୍ଦିପୋରା, ଉଦ୍ଧମପୁରରେ ଭୋଟ୍ ଗ୍ରହଣ ଚାଲିଛି। ଜମ୍ମୁ ଅଞ୍ଚଳର ୨୩ ଓ କଶ୍ମୀର ଅଞ୍ଚଳର ୧୭ ଆସନରେ ମତଦାନ କରାଯାଉଛି। ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୩୯ ଲକ୍ଷରୁ ଊର୍ଦ୍ଧ୍ବ ଭୋଟର। ୧ ହଜାର ୪୮୪ ପୋଲିଂ ଷ୍ଟେସନରେ ପ୍ରାୟ ୪୦ ଲକ୍ଷ ଭୋଟର୍ ମତଦାନ କରିବାକୁ ବ୍ୟବସ୍ଥା ହୋଇଛି। ୭ ଜିଲ୍ଲାର ୪୦ ସିଟ୍ରେ ମତଦାନ ଚାଲିଛି। ତେବେ ସକାଳ ୯ଟା ସୁଦ୍ଧା ୧୧.୬୦ ପ୍ରତିଶତ ମତଦାନ ଗ୍ରହଣ ହୋଇଛି। ରାଜ୍ୟରେ ବିଜେପି, ପିଡିପି, କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ ମଧ୍ୟରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି। ଆଜି ଶେଷ ପର୍ଯ୍ୟାୟ ମତଦାନ ହୋଇଥିବାବେଳେ ଅକ୍ଟୋବର ୮ରେ ଭୋଟ ଗଣତି ହେବ ବୋଲି ସୂଚନା ରହିଛି।