ପୁଣି ଜଣେ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଓଏଲ୍ ବ୍ୟୁରୋ: ପୁଣି ଜଣେ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡିଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ସମସ୍ତ ସମିତି ସଭ୍ୟ, ସଭ୍ୟା ମାଲକାନଗିରି ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ ପତ୍ର ଦାଖଲ କରିଛନ୍ତି। ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ସରକାରଙ୍କ ଆଇନକୁ ଅଣଦେଖା କରି ନିଜସ୍ବ ଆଇନରେ ପଞ୍ଚାୟତ ସମିତିରେ ମନମୁଖୀ କାର୍ଯ୍ୟ କରୁଛନ୍ତି।
ପଞ୍ଚାୟତ ସମିତିର କାର୍ଯ୍ୟ ଖସଡା ପ୍ରସ୍ତୁତି ହେଉ କିମ୍ବା କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସମିତିର ସଭ୍ୟ ଓ ସଭ୍ୟା ଜାଣିବାକୁ ଚାହିଁଲେ ସେ କୌଣସି ପ୍ରକାର ସହଯୋଗର ହାତ ବଢାନ୍ତି ନାହିଁ। ସମିତିର ସଭ୍ୟମାନଙ୍କ ସହ କୌଣସି ଆଲୋଚନା କରନ୍ତି ନାହିଁ। ଇଛା ମୁତାବକ କାର୍ଯ୍ୟ କରନ୍ତି। ସେ ସମସ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରନ୍ତି। ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୧୦ ଜଣ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।