Odisha Link
Bridging the Missing Links in Odisha

ନକ୍ସଲଙ୍କ ସ୍କାନରରେ ଓଲିଉଡ୍‌ ହିରୋ, ଗୁଇନ୍ଦା ବିଭାଗର ସତର୍କତା ପରେ ସୁଟିଂ ବନ୍ଦ

ଓଏଲ୍‌ ବ୍ୟୁରୋ: ଜଣେ ଓଲିଉଡ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ। ଏନେଇ ଜିଲ୍ଲା ପୁଲିସକୁ ସତର୍କ କରାଇଛି ଗୁଇନ୍ଦା ବିଭାଗ।। ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି।

ଏସବୁ ମଧ୍ୟରେ ବଲାଙ୍ଗୀର ହରିଶଙ୍କରଠାରେ ଚାଲିଥିବା ଓଡ଼ିଆ ଫିଲ୍ମ ‘ରାଣ୍ଡୀ ପୁଅ ଅନନ୍ତା’ର ସୁଟିଂ ବନ୍ଦ ହୋଇଛି। ଭୟ ଭିତରେ ଫିଲ୍ମ ସୁଟିଂ ବନ୍ଦ ହୋଇଥିବା ଜଣାପଡ଼ିଛି। ପ୍ରଶାସନର ଆର୍ଲଟ ପରେ ଫିଲ୍ମ ସୁଟିଂକୁ ବନ୍ଦ କରାଯାଇଛି। ଆଭ୍ୟନ୍ତରୀଣ ଅଞ୍ଚଳ ହୋଇଥିବାରୁ ଏଠାରେ ମାଓବାଦୀ ଭୟ ରହିଛି।

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ରାଣ୍ଡୀ ପୁଅ ଅନନ୍ତା ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି। ଦୁର୍ଗମ ଗାଁ ଗୁଡିକରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲିଥିବା ବେଳେ କଳାକାର ଓ ଅନ୍ୟମାନେ ନିକଟରେ ରହୁଛନ୍ତି। ନାମୀଦାମୀ ପ୍ରଯୋଜକ ଓ ଜଣାଶୁଣା ଓଲିଉଡ ଷ୍ଟାର ସେଠାରେ ରହୁଛନ୍ତି। ନକ୍ସଲମାନେ ଏହି ଫିଲ୍ମର ଷ୍ଟାର କଳାକାରଙ୍କୁ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଇଛି। ତେବେ ଏ ନେଇ ପୁଲିସ କିମ୍ବା ସମ୍ପୃକ୍ତ ଓଡ଼ିଆ ଫିଲ୍ମ ଟିମ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.