Odisha Link
Bridging the Missing Links in Odisha

ସୁଦୃଢ଼ ହେବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ୧୪୭ କିମି ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗାନ୍ଧୀ ଜୟନ୍ତୀରେ ଓଡିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍‌ ଜନମନ ଯୋଜନାରେ ଉପକୃତ ହେବ ଓଡ଼ିଶାର ଆଦିବାସୀ ଅଞ୍ଚଳ। ଆସନ୍ତାକାଲି ୧୪୭ କିମି ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି। ଦେବଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା ଦେଇ ଯିବ। ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳ ଉପକୃତ ହେବ। ଝାଡ଼ଖଣ୍ଡ ହଜାରିବାଗ୍‌ରୁ ମୋଟ ୮୩ ହଜାର ୩ ଶହ କୋଟିର ପ୍ରକଳ୍ପ ଭେଟିଦେବେ। ଏହାସହ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବେ ବୋଲି ଜଣାପଡିଛି। ସମସ୍ତ ରାଜ୍ୟର ୫୪୯ ଜିଲ୍ଲା ଏବଂ ୨୭୪୦ ବ୍ଲକରେ ବସବାସ କରୁଥିବା ୬୩ ହଜାର ଗ୍ରାମର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ ଏହି ଯୋଜନା କାର୍ଯ୍ୟ କରିବ।

Leave A Reply

Your email address will not be published.