ଘାଟିରୁ ମିଳିଲା ମୃତଦେହ, ୫ ପୁଲିସଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ
ଓଏଲ୍ ବ୍ୟୁରୋ: ଫୁଲବାଣୀ ଘାଟିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ପୁଲିସ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୫ ପୁଲିସଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୋଚ୍ଛାପଡ଼ା ଥାନା ଏଏସ୍ଆଇ, ହାବିଲଦାର ଓ ୩ ହୋମଗାର୍ଡଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଏସ୍ଆଇ ଓ ହାବିଲଦାରଙ୍କୁ ନିଲମ୍ବନ, ୩ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏଏସ୍ଆଇ ଅଜିତ୍ ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି। ୩ ହୋମଗାର୍ଡ ହେଲେ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର, ରତ୍ନାକର ନାୟକ। ଗତ ୨୬ରେ ଗଂଜେଇ ଚାଲାଣ ଅଭିଯୋଗରେ ଚଢ଼ାଉ କରି ଧରିଥିଲେ। ୨୮ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଘାଟି ତଳୁ ଉଦ୍ଧାର କରିଥିଲେ ପରିବାର। ପୁଲିସ ହତ୍ୟା କରିଥିବା ଅଭିଯୋଗ ଆଣି ହୋହଲ୍ଲା କରିଥିଲେ ପରିବାର। ପରେ ୫ ପୁଲିସଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।