Odisha Link
Bridging the Missing Links in Odisha

ଭୁବନେଶ୍ୱର ଗଣଦୁଷ୍କର୍ମ ଘଟଣା, ବନ୍ଧା ହେଲେ ୩ ଦୁର୍ବୃତ୍ତ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ମୈତ୍ରୀ ବିହାରର ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୁଲିସ। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍‌.ଦେବଦତ୍ତ ସିଂହ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏହି ଘଟଣାରେ ୨ ଜଣ ନୁହେଁ ୩ଜଣଙ୍କ ସମ୍ପୃକ୍ତି ରହିଛି। ୩ ଜଣଙ୍କୁ ଗିରଫ କରାଯାଇଛି।

ପୁଲିସ କମିଶନର କହିଛନ୍ତି, ସେପ୍ଟେମ୍ବର ୨୯ ତାରିଖ ରାତିରେ ମୈତ୍ରୀବିହାର ଅଞ୍ଚଳରେ ରାତି ପ୍ରାୟ ୨ଟାରେ ଦୁଇ ଦୁର୍ବୁର୍ତ୍ତ ପଶି ଗୋଟିଏ ମୋବାଇଲ ଓ ସୁନା ଚେନ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ। ସିକ୍ୟୁରିଟି ଥିବା ସତ୍ତ୍ୱେ ମଧ୍ୟ କେହି ଦୁର୍ବୁର୍ତ୍ତମାନଙ୍କୁ ଦେଖିନଥିଲେ। ଅଭିଯୁକ୍ତଙ୍କୁ ଧରିବା ବେଶ ଚ୍ୟାଲେଞ୍ଜି ଥିଲା। ପୀଡିତା ମଧ୍ୟ ତଦନ୍ତରେ ସହଯୋଗ କରିଥିଲେ। କମିଶନରଙ୍କ ସହ ମଧ୍ୟ କଥା ହୋଇଥିଲେ ପୀଡିତା। ୩ ଜଣ ଅଭିଯୁକ୍ତ ଥିଲେ। ୩ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଜଣ ଘର ଭିତରକୁ ପଶିଥିଲେ। ଜଣେ ଘର ବାହାରେ ଜଗିଥିଲେ। ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଦଫା ୧୧୦ ରେ ପୂର୍ବରୁ ଅଭିଯୁକ୍ତଙ୍କୁ ବୁକ କରାଯାଇଛି। ଆଜି ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ସୂଚନା ଦେଇଛି କମିଶନର।

ସୂଚନା ଅନୁଯାୟୀ; ପୋଲିସ ନିକଟରୁ ମିଳିଥିଲା ସୂଚନା ଅନୁସାରେ ପୀଡ଼ିତା ଜଣଙ୍କ ମୈତ୍ରୀ ବିହାରର ଏକ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ରବିବାର ସେ ନିଜର ୨ ବର୍ଷର ଝିଅ ସହ ଫ୍ଲାଟରେ ଥିଲେ। ସେଦିନ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଲକୋନି ଦେଇ ଫ୍ଲାଟ୍ ଭିତରକୁ ପଶିଥିଲେ। ସେମାନେ ଝିଅକୁ ମାରିଦେବାକୁ ଭୟ ଦେଖାଇ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିଲେ।

Leave A Reply

Your email address will not be published.