ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ବିଭାଗର ପ୍ରତିନିଧି ଦଳ ମଧ୍ୟ ଯିବେ। ମୁଖ୍ୟମନ୍ତ୍ରୀ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ସାମିଲ ହେବେ। ୩ ତାରିଖରେ ନିବେଶକଙ୍କ ସହ ଆଲୋଚନା କରିବେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତି ମାନଙ୍କୁ ଭେଟି ଆମନ୍ତ୍ରଣ କରିବେ।
ସୂଚନା ଅନୁସାରେ, ନୂଆ ବର୍ଷରେ ଆୟୋଜନ ହେବ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫’। ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ମୋହନ ସରକାର ଆୟୋଜନ କରିବେ ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’। ଦେଶ ଓ ବିଦେଶର ନିବେଶକ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହା ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ବିଜନେସ ଲିଡରଙ୍କ ସହ ମୋହନ ସରକାର ଆଲୋଚନା କରିବେ।