ଭଦ୍ରକ: ୪ ଦିନ ପରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ
ଓଏଲ୍ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ଅଶାନ୍ତ ହୋଇପଡିଛି ଭଦ୍ରକ। ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ ହୋଇଥିବାବେଳେ ୪ ଦିନ ପରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି। ଆଜି ମଧ୍ୟରାତ୍ରୀରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ୍। ଉତ୍ତେଜନା ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ୩୩ ଗିରଫ ହୋଇଛନ୍ତି।
ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପି ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଲୋକଙ୍କ ଅପିଲ୍ କରିଛନ୍ତି। ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି। ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ। ପୁଲିସ ଗୁରୁଦାୟିତ୍ବ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ ବୋଲି ପୁଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି।