Odisha Link
Bridging the Missing Links in Odisha

ମାଲକାନଗିରି ଏସ୍‌ପି ହେଲେ ବିନୋଦ ପାଟିଲ

ଓଏଲ୍‌ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମାଲକାନଗିରି ଏସ୍‌ପି ହେଲେ ବିନୋଦ ପାଟିଲ। ରାହୁଲ ଗୋଏଲ ହେଲେ କଟକ ରେଲୱେ ଏସ୍‌ପି। ପୂର୍ବରୁ ବିନୋଦ ପାଟିଲ୍‌ କେସିଙ୍ଗାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିବାବେଳେ ରାହୁଲ ଗୋଏଲ ବାଲିଗୁଡ଼ାରେ ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ। ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗ ନିର୍ଦ୍ଦେଶ ଜାରି କରିଛି। ସେହିଭଳି ଓପିଏସ୍‌ ମିହିର ପଣ୍ଡାଙ୍କୁ ବି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ନବରଙ୍ଗପୁର ଏସ୍‌ପି ଭାବେ ମିହିରଙ୍କୁ ନିଯୁକ୍ତି ମିଳିଛି।

Leave A Reply

Your email address will not be published.