ଧବଳମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ ସମଲେଶ୍ୱରୀ
ଓଏଲ୍ ବ୍ୟୁରୋ: ମହାଳୟା ଅବସରରେ ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ମାଁ ସମଲେଶ୍ବରୀ। ବର୍ଷସାରାର ସିନ୍ଦୂରବର୍ଣ୍ଣା ଉଜ୍ଜ୍ବଳ ତେଜକୁ ତ୍ୟାଗ କରି ଦୀପ୍ତିମନ୍ତ ଶ୍ବେତବର୍ଣ୍ଣ ଧାରଣ କରିଛନ୍ତି ସମଲେଶ୍ବରୀ। ବର୍ଷର ଅନ୍ୟ ଦିନମାନଙ୍କରେ ମା’ ସମଲେଇ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି। କିନ୍ତୁ ମହାଳୟା ଦିନ ମା’ଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ ହୋଇଥାନ୍ତି। ମା’ଙ୍କର ସେହି ଦୁର୍ଲଭ ବେଶ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ମାଆଙ୍କ ଦର୍ଶନ ପାଇଁ ଭୋର୍ ୫ଟାରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିବାବେଳେ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।