ଆଜି ପବିତ୍ର ମହାଳୟା, ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ମହାଳୟା। ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ଅବସରରେ ଦୈନିକ ଶହଶହ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ବିଭିନ୍ନ ସ୍ଥାନରେ ପିଣ୍ଡଦାନ କରୁଛନ୍ତି। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ଭିନ୍ନ ଭିନ୍ନ ବେଶରେ ଆରାଧନା କରାଯିବ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି।
ଅନ୍ୟପଟେ, ପୁରୀ ଶ୍ରୀମନ୍ଦିରରେ ପିତୃ ପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ ପାଇଁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ପିଣ୍ଡଦାନ ପାଇଁ ଭିଡ଼ ଜମିଛି। ବିଶ୍ୱାସ ରହିଅଛି ମହାଳୟା ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ମହାପ୍ରସାଦରେ ପିଣ୍ଡଦାନ କଲେ ପୁଣ୍ୟ ମିଳେ। ଏଣୁ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥିବାରୁ ଉଭୟ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।