Odisha Link
Bridging the Missing Links in Odisha

ନିଜ ତ୍ରୁଟି ମାନିଲେ ମନ୍ମଥ, କହିଲେ-ଦଳରେ କମିଛି ଶୃଙ୍ଖଳା

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଆଜିଠୁ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ବିଜେଡି ପଦଯାତ୍ରା କରୁଛି। ବିଜେଡିର ଜନସମ୍ପର୍କ ପଦଯାତ୍ରା ସଭାରେ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେଡିର ନେତା ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି।

ପଦଯାତ୍ରା ଅବସରରେ ବିଜେଡି ପରାଜୟର କାରଣ କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ। ସେ କହିଛନ୍ତି, ଦଳରେ ଶୃଙ୍ଖଳା କମିଛି। ଖାଲି ସମ୍ମାନ ଆଶା କଲେ ହେବନି, ସେମାନେ ବି ସମ୍ମାନ ଦେବା ଶିଖନ୍ତୁ। ଦଳର ଭିତର କଥା ବାହାରକୁ ଆଣି କେତେ ଠିକ୍‌ ନିଜକୁ ପଚାରନ୍ତୁ। ଆମର ତ୍ରୁଟି ପାଇଁ ଆମେ ହାରିଲୁ ବୋଲି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି।

Leave A Reply

Your email address will not be published.