Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ନିବେଦନ, ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗକୁ ନେଇ ନହେଉ ରାଜନୀତି

ଓଏଲ୍‌ ବ୍ୟୁରୋ: ରାଜ୍ୟ ଗଣଶିକ୍ଷା ବିଭାଗ ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗରେ ପରିବର୍ତ୍ତନ କରିଛି। ପୂର୍ବପରି ପୋଷାକର ଡିଜାଇନ୍ ସମାନ ରହିଥିବାବେଳେ କେବଳ ରଙ୍ଗ ବଦଳିଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାର ନିଷ୍ପତ୍ତି ନେଇଛନ୍ତି ପୋଷାକ ରଙ୍ଗ ବଦଳିବ। ଖୁବଶୀଘ୍ର ପିଲାଙ୍କୁ ନୂଆ ପୋଷାକ ମିଳିବ। ପୋଷାକ ରଙ୍ଗକୁ ନେଇ ରାଜନୀତି ରାଜନୀତି ନକରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।

ସୂଚନା ଅନୁସାରେ, ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ପ୍ୟାଣ୍ଟ କରାଯାଇଥିବାବେଳେ ଘିଅ ରଙ୍ଗର ଚେକ୍ ସାର୍ଟ କରାଯାଇଛି। ଛାତ୍ରୀମାନଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ଜ୍ୟାକେଟ୍ ମଧ୍ୟ ରହିଛି। ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍‌ରେ ପୋଷାକ ବିତରଣ ସରି ନଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍ ପୋଷାକ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ।

Leave A Reply

Your email address will not be published.