Odisha Link
Bridging the Missing Links in Odisha

ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ, କହିଲେ-ନାଁ ବଦଳାଇପାର କିନ୍ତୁ ଇତିହାସ ନୁହେଁ

ଓଏଲ୍‌ ବ୍ୟୁରୋ: ଆଜିଠୁ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ବିଜେଡି ପଦଯାତ୍ରା କରୁଛି। ବିଜେଡିର ଜନସମ୍ପର୍କ ପଦଯାତ୍ରା ସଭାରେ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେଡିର ନେତା ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ଭୁବନେଶ୍ବର ନେତାଜୀ ପଡିଆରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ପାଇଁ ବହୁତ କିଛି କରିଛି। ଡବଲ ଇଂଜିନ ସରକାର ଶାସିତ ରାଜ୍ୟଙ୍କଠାରୁ ଓଡ଼ିଶା ଢେର ଆଗରେ ଅଛି।

ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇଛନ୍ତି। ବର୍ତ୍ତମାନ ସରକାର ସେହି ଯୋଜନାର ନାମ ବଦଳାଇ ଦେଇଛନ୍ତି। ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ। ମିଛ କାହାଣୀ କହି ବିଜେପି କ୍ଷମତାକୁ ଆସିଛି। ଆପଣ ମାନେ ମାଗଣାରେ ୩ଶହ ୟୁନିଟ୍ ବିଜୁଳି ପାଉଛନ୍ତି କି ? କେତେ ଜଣ ମା’ ୫୦ ହଜାର ଟଙ୍କା ପାଇଲେଣି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ।

ନିର୍ବାଚନ ବେଳେ ହାତୀ ଦେବି ଘୋଡ଼ା ଦେବି ବୋଲି କହିଥିଲା ବିଜେପି। ଏବି ବିଜେପିର ମିଛକୁ ଜାଣି ସାରିଲେଣି ଓଡ଼ିଶାର ଲୋକ। ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ। ଓଡ଼ିଶାରେ ମା’ମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି। ସରକରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଏହି ସରକାରକୁ ଲୋକ ଭରସା କରି ପାରୁନାହାନ୍ତି। ମିଛ କଥା କହି ନିର୍ବାଚନ ଜିତି ପାରିବେ କିନ୍ତୁ ଲୋକଙ୍କ ହୃଦୟ ନୁହେଁ। ଓଡ଼ିଶାର ଦ୍ରାରିଦ୍ର୍ୟ ୭୦ ପ୍ରତିଶତ ଥିଲା। ଆଜି ଏହା ୧୦ ପ୍ରତିଶତକୁ କମିଛି। ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି। ଆନେକ ଡବଲ ଇଂଜିନ ରାଜ୍ୟଙ୍କଠାରୁ ଓଡ଼ିଶା ଆଗରେ ଅଛି। ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭଲ ପ୍ରଦର୍ଶନ କରୁଛି। ମୁଁ ସରକାରରେ ଥାଏ କି ନଥାଏ ଆପଣ ମାନଙ୍କ ସେବା କରିବି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.