ଟ୍ରାଙ୍କୁଲାଇଜ୍ ହେଲା ଅମାନିଆ ଦନ୍ତା, ଦେହରେ ଲାଗିଲା ରେଡିଓକଲାର୍
ଓଏଲ୍ ବ୍ୟୁରୋ: ରାଜ୍ୟର ଅନେକ ଅଂଚଳରେ ହାତୀ ଉପଦ୍ରଵ ଏବେ ଚିନ୍ତାର କାରଣ ପାଲଟିଛି। ହାତୀଙ୍କ ଆକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଅମାନିଆ ହାତୀଙ୍କୁ ସାବାଡ଼ କରିବା ପାଇଁ ନୂଆ ପଦକ୍ଷେପ ଆପଣା ଯାଇଛି। ଏହି କ୍ରମରେ ବଣାଇରେ ବର୍ଷେ ହେଲା ଉତ୍ପାତ ଚଳାଇଥିବା ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଧରଣୀଧରପାଲି ଜଙ୍ଗଲରେ ହାତୀକୁ କାବୁ କରିଛି ବନ ବିଭାଗ। ଟ୍ରାଙ୍କୁଲାଇଜ୍ ପରେ ହାତୀ ଦେହରେ ରେଡିଓକଲାର୍ ଲଗାଯାଇଛି। ୫ଟି ପଞ୍ଚାୟତରେ ଗୋଠଛଡ଼ା ଦନ୍ତା ଉତ୍ପାତ ଖେଳେଇଥିଲା।
ସୂଚନା ଅନୁସାରେ, ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିବା ଗୋଠଛଡ଼ା ଦନ୍ତାହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଏହି ଦନ୍ତା ଆକ୍ରମଣରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି। ଏହି ଦନ୍ତାଟିକୁ ଟ୍ରାଙ୍କୁଲାଇଜ୍ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା ବନ ବିଭାଗ। ବୁଢ଼ୀଖମାରୀ ସଂରକ୍ଷିତ ବଡ଼କୁଡ଼ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା।