Odisha Link
Bridging the Missing Links in Odisha

ଜେଲରୁ ବାହାରିଲେ ରାମରହିମ, ହରିୟାଣା ନିର୍ବାଚନରୁ ଦୂରରେ ରହିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଜେଲରୁ ବାହାରିଲେ ରାମରହିମ। ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲରେ ସଜା କାଟୁଥିବା ଡେରା ମୁଖ୍ୟ ରାମ ରହିମ ହରିୟାଣା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଜେଲରୁ ବାହାରିଛି। ପୁଲିସର କଡା ସୁରକ୍ଷାବଳୟ ମଧ୍ୟରେ ସେ ଜେଲରୁ ବାହାରି ଉତ୍ତରପ୍ରଦେଶ ସ୍ଥିତ ବରନାବା ଆଶ୍ରମ ଅଭିମୁଖେ ଯାଇଛି।

ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନି ମଙ୍ଗଳବାର ଗୁରୁମିତ ରାମ ରହିମର ୨୦ ଦିନିଆ ପାରୋଲ ଆବେଦନକୁ ଅନୁମୋଦନ କରିଛନ୍ତି। ନିର୍ବାଚନ ଆୟୋଗ ମଧ୍ୟ ରାମ ରହିମ ଆଗରେ ତିନୋଟି ସର୍ତ୍ତ ରଖିଛନ୍ତି। ସେଗୁଡିକ ହେଲା ପାରୋଲ ସମୟ ମଧ୍ୟରେ ସେ ନିର୍ବାଚନରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି ନିର୍ବାଚନ ଆୟୋଗ। ଏଥିସହ ସୋଶିଆଲ ମିଡିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ରାମ ରହିମ ନାମରେ ସିରସା ଆଶ୍ରମରେ ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ୨୦୧୭ ମସିହାରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ତାକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ସେ ହରିୟାଣାର ରୋହତକର ସୁନାରିଆ ଜେଲରେ ରହୁଛି। ତେବେ ଗତ ୪ ବର୍ଷ ମଧ୍ୟରେ ସେ ୧୧ ଥର ପାରୋଲରେ ବାହାରି ସାରିଛି।

Leave A Reply

Your email address will not be published.