Odisha Link
Bridging the Missing Links in Odisha

ଦ୍ୱନ୍ଦ୍ୱ ଦୂର କଲେ ସରକାର, ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୬୯୬

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଜଙ୍ଗଲରେ ପାଖାପାଖି ୬୯୬ କଲରାପତରିଆ ବାଘ ରହିଛନ୍ତି। ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବନବିଭାଗ ଦ୍ୱାରା ନିଜସ୍ୱ ବାଘ ଗଣନା ରିପୋର୍ଟ ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ୬୯୬ କଲରାପତରିଆ ବାଘ ରହିଛନ୍ତି । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିଲା । ୨୦୨୨ ଏହା ହ୍ରାସ ପାଇଥିଲା। ତେବେ ବର୍ତ୍ତମାନ ବନବିଭାଗ ଦ୍ୱାରା ନିଜସ୍ୱ ବାଘ ଗଣନା ପରେ ଓଡ଼ିଶାରେ ବର୍ତ୍ତମାନ ୬୯୬ କଲରାପତରିଆ ବାଘ ରହିଥିବା ସ୍ପଷ୍ଟ ହୋଇଛି। ତେବେ ବାଘଙ୍କ ଫଟୋ ଉତ୍ତଳୋନ କରି ପାଦ ଚିହ୍ନରୁ ବାଘ ଗଣନା କରାଯାଇଛି।

ସୂଚନା ଅନୁସାରେ, ଏନଟିସିଏ ରିପୋର୍ଟରେ ବାଘ ସଂଖ୍ୟା କମିବା ପରେ ବନ ବିଭାଗ ବାଘ ଗଣନା କରିବା ପାଇଁ ନିଷ୍ପତି ନେଇଥିଲା। ଏନଟିସିଏ ରିପୋର୍ଟ ତର୍ଜମା କରାଯାଉଛି, ସେଥିରେ ତ୍ରୁଟି ଥିବା ଜଣାପଡ଼ୁଛି ବୋଲି ପିସିସିଏଫ୍‌ କହିଥିଲେ। ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ ବୋଲି ପିସିସିଏଫ୍‌ କହିଥିଲେ। ବହୁତ କମ୍‌ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବର୍ତ୍ତମାନ ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.