Odisha Link
Bridging the Missing Links in Odisha

ରୋଗୀ ସାଜି ଆସିଲେ ୨ ଦୁର୍ବୃତ୍ତ, ଚାଲିଗଲା ଡାକ୍ତରଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: କୋଲକାତା ଡାକ୍ତର ହତ୍ୟାକାଣ୍ଡର ୨ ମାସ ପରେ ପୁଣି ଏକ ଡାକ୍ତର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦିଲ୍ଲୀ ଜୋତପୁରର କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ କରିଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଦିଲ୍ଲୀ ଜୋତପୁରର କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ଥିବା ଏକ ହସ୍ପିଟାଲକୁ ଆହତ ଅବସ୍ଥାରେ ୨ ଜଣ ଆସିଥିଲେ। ଡ୍ରେସିଂ କରିବା ପରେ ଡାକ୍ତରଙ୍କୁ ଭେଟିବାକୁ କହିଥିଲେ। ହେଲେ କିଛି ସମୟ ପରେ ଗୁଳି ଫୁଟିବା ଶବ୍ଦ ହୋଇଥିଲା। ନର୍ସ ମାନେ ଦେଖିଲା ବେଳକୁ ସେଠାରେ ଡାକ୍ତର ମୁନାଡ଼ରୁ ରକ୍ତ ବାହାରୁଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଡାକ୍ତରଙ୍କ ନାମ ଜାଭେଦ ବୋଲି ସୂଚନା ରହିଛି। ତେବେ ହତ୍ୟାର କାରଣ ଜଣାପଡ଼ିନଥିଲା ବେଳେ ସିସିଟିଭି ଆଧାରରେ ପୁଲିସ ତଦନ୍ତ କରୁଛି।

Leave A Reply

Your email address will not be published.