ରାଜଭବନ ଏବେ ରାଜନୈତିକ ଆଡ୍ଡାସ୍ଥଳୀ: ବିଜେଡି
![](https://www.odishalink.com/wp-content/uploads/2024/10/bjd-o-750x362.jpg)
ଓଏଲ୍ ବ୍ୟୁରୋ: ଶଙ୍ଖ ଭବନରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସିଧାସଳଖ ଟାର୍ଗେଟ କରାଯାଇଛି। ବିଜେଡି ନେତା କହିଛନ୍ତି, ରାଜ୍ୟପାଳଙ୍କ ପୁଅ ଏସଏଓଙ୍କୁ ମାଡ଼ ମାଡ଼ିବା ଘଟଣା ଏତେଦିନ ବିତି ଯାଇଥିବାବେଳେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାସହ ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ରାଜ୍ୟପାଳ ରଘୁବର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ତେବେ ବାହାର ନେତାମାନେ ବ୍ୟକ୍ତିଗତ କାମରେ ଆସି ରାଜଭବନରେ ରହୁଛନ୍ତି। ରାଜନୀତିରୁ ବହୁ ଉର୍ଦ୍ଧ୍ଵରେ ରାଜ୍ୟପାଳ ଓ ରାଜଭବନ। ରାଜଭବନ ଏବେ ରାଜନୈତିକ ଆଡ୍ଡାସ୍ଥଳୀ ପାଲଟିଛି।
ଏହାସହ ମନମୋହନ ସାମଲ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ମଧ୍ୟ ବର୍ଷିଛି ବିଜେଡି। ମନମୋହନ ସାମଲ ବିଜେଡିର ବହୁ ନେତା ଲିଙ୍କରେ ଥିବା ନେଇ ଦେଇଥିବା ପ୍ରତିକ୍ରିୟାକୁ ନେଇ ବିଜେଡି କଡ଼ା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଜଣେ କି ଦୁଇଜଣ ସାଂସଦଙ୍କୁ ପ୍ରଲୋଭନ ଦେଖାଇ ଦଳରେ ମିଶାଇ ଦେଇଛ। ଗଣତନ୍ତ୍ରରେ କଣ କିଣାବିକା ଶସ୍ତା ହୋଇ ଗଲାଣି କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ଏହାସହ ମନମୋହନଙ୍କୁ କହିଛନ୍ତି କି, ସେ ଝାମ୍ପିବାକୁ ଭଲ ପାଆନ୍ତି। ଏଥିପାଇଁ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ମିଶାଉଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି।