ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିଲା ସୁବର୍ଣ୍ଣରେଖା ଜନଶୁଣାଣି ତାରିଖ
![](https://www.odishalink.com/wp-content/uploads/2023/09/HIGHCOURT-750x430.jpg)
ଓଏଲ୍ ବ୍ୟୁରୋ: ବିରୋଧ ପରେ ଘୁଞ୍ଚିଲା ବାଲେଶ୍ବର ସୁବର୍ଣ୍ଣରେଖା ଜନଶୁଣାଣି ତାରିଖ। ପୂର୍ବରୁ ୭ ତାରିଖ ସ୍ଥିର ହୋଇଥିବାବେଳେ ବର୍ତ୍ତମାନ ତାହା ପରିବର୍ତନ ହୋଇ ୨୨ରେ କରାଯାଇଛି। ୭ ତାରିଖ ପରିବର୍ତ୍ତେ ୨୨ରେ ହେବ ସୁବର୍ଣ୍ଣରେଖା ଜନଶୁଣାଣି। କେବଳ ତାରିଖ ନୁହେଁ ହାଇକୋର୍ଟ ନିର୍ଦ୍ଦେଶ ପରେ ସ୍ଥାନରେ ପରିବର୍ତ୍ତନ କରାଯାଇଛି। ବାସୁଦେବପୁର ପରିବର୍ତ୍ତେ ଡଗରା ମକର ମେଳା ପଡ଼ିଆରେ ଜନଶୁଣାଣି ହେବ। ଶୁଣାଣି ପୂର୍ବରୁ ପରିବେଶ ପ୍ରଭାବ ଆକଳନ ଚିଠା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।