Odisha Link
Bridging the Missing Links in Odisha

ନବରାତ୍ର ପୂଜା ଆରମ୍ଭ, ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଆଶ୍ବିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା। ଆଉ ମାତ୍ର କିଛି ଦିନ ପରେ ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା। ଶାରଦୀୟ ଦୁର୍ଗାପୂଜା ଅବସରରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା। ନବରାତ୍ର ପୂଜା ବିଭିନ୍ନ ଶକ୍ତିପୀଠରେ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ଦୀପ, ଧୂପ ଓ ନୈବେଦ୍ୟ ଦେଇ ମାଆଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ। ନବରାତ୍ର ପୂଜା ପାଇଁ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ ମନ୍ଦିରରେ ମାଆଙ୍କ ଭିନ୍ନ ଭିନ୍ନ ବେଶ ଆରମ୍ଭ ହୋଇଛି। ଅନ୍ୟପଟେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ ରଙ୍ଗକାମ କରାଯାଉଛି। ମଣ୍ଡପରେ ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି।

Leave A Reply

Your email address will not be published.