Odisha Link
Bridging the Missing Links in Odisha

୧୬୩ ଧାରା ସତ୍ତ୍ୱେ ଭଦ୍ରକକୁ ମିଳିଲା ନୂଆ ଏସ୍‌ପି, ଦାୟିତ୍ୱ ନେଲେ ସନ୍ଦୀପ ସମ୍ପଦ

ଓଏଲ୍‌ ବ୍ୟୁରୋ: ଅଶାନ୍ତ ଭଦ୍ରକ ଓ ଧାମନଗର ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇଛି। ଶାନ୍ତିରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିଛନ୍ତି। ତେବେ, ଦୁଇଟି ଥାନା ଅଞ୍ଚଳରେ ୧୬୩ ଧାରା ଜାରି ରହିଛି। ପୁରୁଣା ବଜାର ଓ ଧାମନଗର ଥାନା ଅଞ୍ଚଳରେ ୧୬୩ ଧାରା ଜାରି ରହିଛି। ବିଭିନ୍ନ ଛକରେ ପୁଲିସ ମୁତୟନ ଥିବାବେଳେ ଫ୍ଲାଗ୍‌ମାର୍ଚ୍ଚ କରାଯାଉଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ମଧ୍ୟ ଚାଲିଛି। ୧୬୩ ଧାରା ଭିତରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଭଦ୍ରକ ଏସ୍‌ପି ସନ୍ଦୀପ ସମ୍ପଦ ମାଡକର। ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିବା ପରେ ଢେଙ୍କାନାଳ ଏସ୍‌ପି ଭାବେ କାର୍ଯ୍ୟରତ ସନ୍ଦୀପ ସମ୍ପଦ ମାଡକର ଏବେ ଭଦ୍ରକ ଏସ୍‌ପି ଭାବେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.