Odisha Link
Bridging the Missing Links in Odisha

ଲାଗିଲା କଟକଣା, ସମଲେଇ ମନ୍ଦିରରେ ଫଟୋ ଉଠାଇବା ମନା

ଓଏଲ୍‌ ବ୍ୟୁରୋ: ମା’ ସମଲେଇ ମନ୍ଦିରରେ ରିଲ୍ସ ଓ ଫଟୋ ଉଠାଇବା ଉପରେ ବଡ଼ କଟକଣା ଲାଗ ଯାଇଛି। କେବଳ ରିଲ୍ସ ଓ ଫଟୋ ନୁହେ ବରଂ ସମଲେଇ ଟ୍ରଷ୍ଟ ବୋର୍ଡ ପ୍ରି ଓ୍ବେଡିଂ ଏବଂ ଅନ୍ୟ ସମସ୍ତ ଭିଡିଓଗ୍ରାଫିରେ କଟକଣା ଲଗାଇଛି। ମନ୍ଦିରର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଟ୍ରଷ୍ଟବୋର୍ଡ ଏଭଳି ନିଷ୍ପତ୍ତି ନେଇଛନ୍ତି।

ବିଭିନ୍ନ ସମୟରେ ମନ୍ଦିର ପରିସର ଓ ପ୍ରକଳ୍ପ ଅଂଚଳରେ ନାଚ, ରିଲ୍ସ, ପ୍ରିଓ୍ବେଡିଂ ବାହାନାରେ ଅଶ୍ଳିଳତା ପ୍ରଦର୍ଶନ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନଜରରେ ରଖି ଏଭଳି ନିୟମ ଆଣିଛି ମାଆ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ। ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.