ଛତିଶଗଡ଼ ଏନକାଉଣ୍ଟର: ୩୦ ନକ୍ସଲ ସଫା

ଓଏଲ୍ ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି। ଛତିଶଗଡ଼ ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ୩୦ ନକ୍ସଲ ସଫା ହୋଇଥିବା ସୂଚନା ରହିଛି। ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଦୀର୍ଘସମୟ ଧରି ହୋଇଥିବା ଗୁଳିବିନିମୟ ହୋଇଥିଲା।
ତିଶଗଡ଼ର ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ପ୍ରଥେ ୭ ଜଣ ନକ୍ସଲ ନିପାତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ୧୪ ଜଣ ନିପାତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ସୁଦ୍ଧା ୩୦ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି।
ନିହତ ହୋଇଥିବା ସମସ୍ତ ନକ୍ସଲଙ୍କ ମୃତଦେହ ମଧ୍ୟ ଜବତ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ନକ୍ସଲ ପାଲଟା ଆକ୍ରମଣ କରିଥିଲେ ମଧ୍ୟ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ଦନ୍ତେୱାଡ଼ା ଏସପି ସୂଚନା ଦେଇଛନ୍ତି।