Odisha Link
Bridging the Missing Links in Odisha

ସୁସ୍ଥ ହୋଇ ଫେରିଲେ ଗୋବିନ୍ଦା, ମଙ୍ଗଳବାର ବାଜିଥିଲା ଗୁଳି

ଓଏଲ୍‌ ବ୍ୟୁରୋ: ଅଭିନେତା ଗୋବିନ୍ଦା ଅକ୍ଟୋବର ୧ ତାରିଖରେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ନିଜ ବନ୍ଧୁକ ସଫା କରୁଥିବା ବେଳେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଗିଥିଲା ଗୁଳି।ବନ୍ଧୁକରୁ ଗୁଳି ଫୁଟିଯିବାରୁ ଅଭିନେତା ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କ ‌ଗୋଡ଼ର ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର କରାଯାଇଥିଲା। ତିନିଦିନ ଧରି ଆଇସିୟୁରେ ରହିଥିଲେ ଗୋବିନ୍ଦା। ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ଇଶ୍ବର ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଇଛନ୍ତି। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କ୍ରିଟିକେୟାର ଏସିଆ ହସ୍ପିଟାଲର ଡାକ୍ତର ରମେଶ ଅଗ୍ରୱାଲ କହିଛନ୍ତି ଯେ ଅଭିନେତାଙ୍କୁ ତିନି-ଚାରି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ତାଙ୍କର ବର୍ତ୍ତମାନ ଫିଜିଓଥେରାପି ଏବଂ ବ୍ୟାୟାମ ଚାଲିଛି। ବର୍ତ୍ତମାନ ସେ ଛିଡ଼ା ହୋଇ ପାରିବେ ନାହିଁ କିନ୍ତୁ ଭଲ ଅଛନ୍ତି।

Leave A Reply

Your email address will not be published.