Odisha Link
Bridging the Missing Links in Odisha

ଶୁଦ୍ଧ ଘିଅରେ ଅଶୁଦ୍ଧତା ଅଭିଯୋଗ: ଶାରଳା ମନ୍ଦିରରେ ଖାଦ୍ୟ ନିରୀକ୍ଷକଙ୍କ ଯାଞ୍ଚ

ଓଏଲ୍‌ ବ୍ୟୁରୋ: ଦୁଗ୍ଧରେ ଅପମିଶ୍ରଣ ପରେ କଟକରୁ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି। ଏହା ପରେ ଶାରଳା ମନ୍ଦିରରେ ଘିଅରେ ଅପମିଶ୍ରଣ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି। ଅଭିଯୋଗ କ୍ରମେ ଆଜି ଶାରଳା ମନ୍ଦିରରେ ଖାଦ୍ୟ ନିରୀକ୍ଷକ ଯାଞ୍ଚ କରିଛନ୍ତି। ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଇଛନ୍ତି। ନିମ୍ନମାନର ଘିଅ ବ୍ୟବହାର ହେଉଥିବା କାଲି ବଡ଼ପଣ୍ଡା ଅଭିଯୋଗ କରିଥିଲେ। ଏହା ପରେ ଆଜି ଶାରଳା ମନ୍ଦିରରେ ଖାଦ୍ୟ ନିରୀକ୍ଷକଙ୍କ ଯାଞ୍ଚ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି କଟକରୁ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଥିଲା। ଜଗତପୁର ନ୍ୟୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍‌ ଭିତରୁ ଠାବ କରାଯାଇଥିଲା। ବାଲ୍ ଗୋପାଳ ନାମକ ଘିଅ କମ୍ପାନୀରେ ଚଢ଼ାଉ ହୋଇଥିବାବେଳେ ମାଲିକକୁ ଅଟକ ରଖାଯାଇଥିଲା। ତେବେ ଶୁଦ୍ଧତା ପାଇଁ ବ୍ୟବହାର ହେଉଥିବା ଘିଅରେ ଅଶୁଦ୍ଧତା ଥିବା ନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.