Odisha Link
Bridging the Missing Links in Odisha

ହକି ଇଣ୍ଡିଆ ଲିଗ୍‌ 2.0: ୭ ବର୍ଷ ପରେ ଫେରିଲା ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆରମ୍ଭ ହେବ ହକିର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ। ୭ ବର୍ଷ ପରେ ପୁଣିଥରେ ଫେରିଛି ହକି ଇଣ୍ଡିଆ ଲିଗ୍। ହକି ଇଣ୍ଡିଆ ସଭାପତି ତଥା ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀଙ୍କ ପ୍ରଚେଷ୍ଟାରେ ପୁଣିଥରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍। ଆସନ୍ତା ଡିସେମ୍ବର ୨୮ ତାରିଖରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ହକି ଇଣ୍ଡିଆ ଲିଗର ୨୦୨୪-୨୫ ସିଜନ। ଏଥିପାଇଁ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ହେବ ଖେଳାଳି ନିଲାମ।

ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗ୍‌ର ସବୁ ମ୍ୟାଚ୍। ଏଥର ଏଚଆଇଏଲରେ ପୁରୁଷ ବର୍ଗରେ ୮ଟି ଟିମ୍ ସାମିଲ ହୋଇଥିବା ବେଳେ ମହିଳା ବର୍ଗରେ ୬ଟି ଟିମ୍ ଖେଳିବେ। ପୁରୁଷ ବର୍ଗରେ ଓଡ଼ିଶା ବ୍ୟତୀତ ଚେନ୍ନାଇ, ଲକ୍ଷ୍ନୌ, ପଞ୍ଜାବ, ହରିୟାଣା, ପଶ୍ଚିମ ବଙ୍ଗ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ରାଞ୍ଚି ଦଳ ରହିଛି । ସେହିପରି ମହିଳା ବର୍ଗରେ ହରିଆଣା, ୱେଷ୍ଟ ବେଙ୍ଗଲ, ଦିଲ୍ଲୀ ଓ ଓଡ଼ିଶା ସମେତ ଆଉ ଦୁଇଟି ଦଳ ରହିବେ। ପ୍ରତି ଦଳରେ ରହିବେ ୨୪ ଜଣ ଖେଳାଳି। ସେମାନଙ୍କ ମଧ୍ୟରେ ୧୬ ଜଣ ଭାରତୀୟ ଏବଂ ୮ ଜଣ ବିଦେଶୀ ଖେଳାଳି ରହିବେ।

ସବୁଠୁ ବଡ଼କଥା ହେଲା ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଟିମ୍ ରହିବେ। ଓଡ଼ିଶାର ପୁରୁଷ ଟିମକୁ ବେଦାନ୍ତ ଲିମିଟେଡ୍‌ କିଣିଥିବା ବେଳେ ମହିଳା ଟିମ୍‌କୁ ନାଭୋୟାମ୍ ସ୍ପୋର୍ଟସ କିଣିଛି।

Leave A Reply

Your email address will not be published.