Odisha Link
Bridging the Missing Links in Odisha

ଜୁନାଗଡ଼ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ୨୪ ବର୍ଷର ବିଜେଡି ଶାସନରେ ବିରାମ ଲାଗିଥିବାବେଳେ ବିଜେପିକୁ ରାଜ୍ୟ ଶାସନ ଭାର ମିଳିଛି। ଏସବୁ ଭିତରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକୁ ନେଇ ବିଜେପି ବିଧାୟକ ମାନେ ପ୍ରଚେଷ୍ଟା ଜାରି କରିଥିବାବେଳେ ବିଜେଡି ମଧ୍ୟ ବିରୋଧୀ ଭୂମିକାକୁ ସମ୍ଭାଳିବାର ବ୍ୟସ୍ତ ରହିଛି।

ଅନ୍ୟପଟେ, ରାଜ୍ୟ ରାଜିନୀତିରେ ରାଜଭବନ ଝଡ ଲାଗିରହିଥିବାବେଳେ ବିରୋଧୀ-ଶାସକଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି। ଏସବୁ ଭିତରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି। ଗୋଲାମୁଣ୍ଡା ସର୍ବମଙ୍ଗଳା କଲେଜ ସମ୍ମୁଖରେ ଅଣ୍ଡାମାଡ଼ ହୋଇଛି। କଳାପତାକା ଦେଖାଇ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କିଛି ଯୁବକ। ତେବେ କିଏ ଓ କାହିଁକି ଅଣ୍ଡାମାଡ଼ କରିଛି ସ୍ପଷ୍ଟ ହୋଇନଥିବାବେଳେ ବିଧାୟକ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସର୍ବମଙ୍ଗଳା ମହାବିଦ୍ୟାଳୟର ଆଜି ନୂତନ ଗୃହ ଲୋକାର୍ପିତ ହୋଇଥିଲା। ଏଥିରେ ଅତିଥି ହୋଇଥିଲେ କଳାହାଣ୍ଡି ସାଂସଦ ମାଳବିକା ଦେଓ ଓ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର। ନିର୍ଦ୍ଧାରିତ ସମୟରେ ସାଂସଦ ମହାବିଦ୍ୟାଳୟରେ ପହଞ୍ଚିଥିଲେ। ହେଲେ ସାଂସଦ ପହଞ୍ଚିବାର ପ୍ରାୟ ଅଧ ଘଣ୍ଟାଏ ପରେ ବିଧାୟକ ମିଶ୍ରଙ୍କ ଗାଡ଼ି ମହାବିଦ୍ୟାଳୟ ଗେଟ୍‌ରେ ପ୍ରବେଶ କରିଥିଲା। ଠିକ୍‌ ସେତିକି ବେଳେ କିଛି ଯୁବକ ବିଧାୟକ ଶ୍ରୀ ମିଶ୍ରଙ୍କୁ କଳା ପତାକା ଦେଖାଇଥିଲେ। ଦିବ୍ୟଶଙ୍କର ମିଶ୍ର ଗୋ’ ବ୍ୟାକ୍‌ ନାରା ଦେଇଥିଲେ। ତା’ପରେ ଶ୍ରୀ ମିଶ୍ରଙ୍କ ଗାଡ଼ିକୁ ଲକ୍ଷ୍ୟକରି ଅଣ୍ଡା ମାଡ଼ କରିଥିଲେ।

Leave A Reply

Your email address will not be published.