ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ
ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଏବେ ଉତ୍ସବ ମୁଖର। ଗତକାଲିଠୁ ନବରାତ୍ର ପୂଜା ଆରମ୍ଭ ହୋଇଛି। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କୁ ଜୟଦୁର୍ଗା ବେଶରେ ଦର୍ଶନ କରିଛନ୍ତି ଭକ୍ତ। ଏହି ଭବ୍ୟ ଦର୍ଶନ ପାଇ ଶହଶହ ଭକ୍ତଙ୍କ ଭିଡ ଜମିଛି। ଶକ୍ତି ପୀଠରେ ଚାଲିଛି ମାଆଙ୍କର ଶରତକାଳୀନ ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା। ପୀଠରେ ମା’ଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ।