Odisha Link
Bridging the Missing Links in Odisha

ମହିଳା ଟି-୨୦ ବିଶ୍ବକପ୍‌: ପ୍ରଥମେ ବୋଲିଂ କରିବ ଟିମ୍‌ ଇଣ୍ଡିଆ, ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଓଏଲ୍‌ ବ୍ୟୁରୋ: ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଖେଳାଯାଉଛି ମହିଳା ଟି-୨୦ ବିଶ୍ବକପ୍। ଗୁରୁବାରଠୁ କ୍ରିକେଟ ମହାକୁମ୍ଭ ଆରମ୍ଭ ହୋଇ ସାରିଥିବା ବେଳେ ଆଜିଠୁ ଭାରତୀୟ ମହିଳା ଦଳ ତାର ଅଭିଯାନ ଆରମ୍ଭ କରିଛି। ବିଶ୍ବକପ୍‌ର ୪ର୍ଥ ମ୍ୟାଚ୍‌ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ବିଶ୍ବ ମହିଳା କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ। ଟି-୨୦ ବିଶ୍ବକପ୍‌ରେ ଦୁଇ ଦଳ ୪ଥର ମୁହାଁମୁହିଁ ହୋଇଛନ୍ତି। ୨ଥର ଭାରତ ଜିତିଥିବା ବେଳେ ୨ ଥର ନ୍ୟୁଜିଲାଣ୍ଡ ଜିତିଛି। ଆଜିର ମ୍ୟାଚ୍‌ରେ ବିଜୟ ହାସଲ କରି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ।

ଭାରତୀୟ ଦଳ ତାର ଦ୍ବିତୀୟ ମ୍ୟାଚ୍‌ରେ ୬ ତାରିଖ ଦିନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ, ୯ ତାରିଖରେ ଶ୍ରୀଲଙ୍କା ଏବଂ ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟି ଲିଗ୍ ପର୍ଯ୍ୟାୟ ଶେଷ କରିବ। ଚଳିତ ଅକ୍ଟୋବର ୨୦ ତାରିଖରେ ଫାଇନାଲ୍ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍-‘ଏ’ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି। ଏଣୁ ଭାରତର ଅଭିଯାନ ସେତେଟା ସହଜ ହେବନି ବୋଲି ଅନୁମାନ କରାଯାଉଛି। ତଥାପି ହର୍ମନପ୍ରୀତଙ୍କ ଭାରତୀୟ ଦଳ ଏଥର ବିଶ୍ବକପ୍ ଜିତି ଇତିହାସ ରଚିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ଭାରତୀୟ ଦଳ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରିଚା ଘୋଷ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ, ଆଶା ଶୋଭନା, ଶ୍ରେୟଙ୍କା ପାଟିଲ

Leave A Reply

Your email address will not be published.