Odisha Link
Bridging the Missing Links in Odisha

ଯାଜପୁରରେ ରଥଯାତ୍ରା, ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

ଓଏଲ୍ ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବିରଜା। ଭାରତର ୫୧ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ବିରଜା କ୍ଷେତ୍ରର ରହିଛି ଅନେକ ପ୍ରସିଦ୍ଧି। ରାଜ୍ୟର ଅନ୍ୟ ଶକ୍ତିପୀଠଗୁଡିକ ପରି ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ଦୁର୍ଗାପୂଜା। ଏହି ଶାରଦୀୟ ପୂଜାର ବିଶେଷ ଆକର୍ଷଣ ହେଉଛି ମା ବିରଜାଙ୍କ ନବଦିନ ବ୍ୟାପୀ ରଥଯାତ୍ରା। ମାଙ୍କ ଚଳନ୍ତି ପ୍ରତିମା ସିଂହଧ୍ବଜ ରଥରେ ଚଢି ପ୍ରତିଦିନ ଅପରାହଣରେ ଭକ୍ତଙ୍କ ଗହଣରେ ମନ୍ଦିର ବେଢା ପରିକ୍ରମା କରିଥାନ୍ତି।

ଚଳିତବର୍ଷ ମା’ଙ୍କ ଏହି ରଥଯାତ୍ରା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ରଥ ପ୍ରତିଷ୍ଠା ଶେଷ ହେବା ପରେ ମାଙ୍କ ଚଳନ୍ତି ପ୍ରତିମା ରାତି ୮ଟା ସମୟରେ ରଥାରୂଢା ହୋଇଥିଲେ। ରଥ ଉପରେ ସ୍ୱତନ୍ତ୍ର ପୂଜା ପରେ ରାତି ଦଶଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା। ମାତ୍ର କେଇହାତ ରଥକୁ ଟାଣିବା ପରେ ରଥଟଣା ବନ୍ଦ ରହିଥିଲା। ଏହି ରଥ ଟଣା ଦେଖିବା ପାଇଁ ଗତକାଲି ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ମା ବିରଜା ଙ୍କ ଏହି ରଥଯାତ୍ରା ଆସନ୍ତା ୧୧ ତାରିଖରେ ସମାପ୍ତ ହେବ। ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଏବେ ମନ୍ଦିର ପରିସର ସମ୍ପୂର୍ଣ୍ଣ ଉତ୍ସବ ମୁଖର ହୋଇ ଉଠିଛି।

Leave A Reply

Your email address will not be published.