Odisha Link
Bridging the Missing Links in Odisha

ଅଗ୍ନିବୀରଙ୍କ ପାଇଁ ଖୁସି ଖବର: ଏଣିକି ୧୦ ପ୍ରତିଶତ ସଂରକ୍ଷଣ ନିଶ୍ଚିତ

ଓଏଲ୍‌ ବ୍ୟୁରୋ: ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ। ‘ଗ’ ଓ ‘ଘ’ ବର୍ଗ ପଦବୀରେ ନିର୍ଦ୍ଧାରିତ ବୟସସୀମା ୩ ବର୍ଷ କୋହଳ ହେବ। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ମିଳିବ।

ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ପୁଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ମିଳିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଗ୍ନିବୀରମାନଙ୍କୁ ପୁଲିସ, ଅଗ୍ନିଶମ ବାହିନୀ, ବନକର୍ମଚରୀ ଏବଂ ଓଡ୍ରାଫ ଆଦି ସଂସ୍ଥାରେ ୧୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରହିବ।

Leave A Reply

Your email address will not be published.